ଅଣାକ୍ଷର କଣ?
ଯେଉଁ ଅକ୍ଷରର ଆକାର ଥାଇ ଉଚ୍ଚାରଣ ହୋଇପାରେ ନାହିଁ ତାକୁ ଅଣାକ୍ଷର କହନ୍ତି। ଏ ଲିପି କେବଳ ଓଡ଼ିଶାରେ ଚଉଦ ଶତାବ୍ଦୀରୁ ଦେଖିବାକୁ ମିଳେ। ପଞ୍ଚସଖା କବିମାନେ ଏ ଲିପି କୁ ବର୍ଣ୍ଣମାଳାରେ ସ୍ଥାନୀୟ ନ କରି ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। କିନ୍ତୁ ଏବେ ଏହା ଲୁପ୍ତ ହେଇଯାଇଛି।
ଏ ପଞ୍ଚମାତ୍ରା / ପଞ୍ଚକାର ବିଶିଷ୍ଟ ଲିପି କୁ କିପରି ବନାନ ଓ ଉଚ୍ଚାରଣ କରିବା। କେତେକ ଦାର୍ଶନିକ ବର୍ଣ୍ଣନା କରି ବୁଝାନ୍ତି କିନ୍ତୁ ଉଚ୍ଚାରଣ କରନ୍ତି ନାହିଁ।
ଆିେୁୖଂ/ଅୋିୁଁଃ
ଏ ଅଣାକ୍ଷର କୁ ତାଙ୍କ ଶିଷ୍ୟ ମାନେ ଏପରି ବର୍ଣ୍ଣନା କରିଛନ୍ତି --
- ଏ ହେଉଛି ପାଂଚ ମାତ୍ରା ବିଶିଷ୍ଟ ଲିପି।
ଏଥିରେ ଅ କାରରେ ଆକାର,ଇକାର, ଉକାର ,ଏକାର(ଐକାର) ଓ ଅନୁସ୍ବାର/ବିସର୍ଗ (ଂ/ଃ)ବ୍ୟବହାର କରାଯାଇଛି।
୧- " ିଁ "
ଏହି ଅକ୍ଷର ରୂପ ଭେଦ, ଶୁଣିଲେ ମୁଠେ ପରମାଦ।
ଅକ୍ଷରରେ ବିନ୍ଦୁ ଅର୍ଦ୍ଧ ମାତ୍ରା ,
ଜ୍ଯୋତିରେ ପୂର୍ଣ୍ଣ ଥାଏ ମାତ୍ରା।
ଏ ଅର୍ଦ୍ଧ ମାତ୍ରା ବିନ୍ଦୁ ଯାହା,ଆଦି ଅନାଦି ରୂପ ତାହା।
ଉପରି ଅର୍ଦ୍ଧ ମାତ୍ରା ସୃଷ୍ଟି, ସମସ୍ତ ତତ୍ତ୍ଵ ଜ୍ଞାନ ବୃଷ୍ଟି।
ହ୍ରସଇକାର ନାମେ ଏହି, ଅର୍ଦ୍ଧ ମାତ୍ରା ଥାଏ ରହି।।
୨ - " ା"
ଆକାର ମାତ୍ରାକୁ ନିରେଖି,ଆଦିବ୍ରହ୍ମଙ୍କ ଧାମ ଦେଖ ।
ଏଠାରୁ ଆଦି ଲିଲା ହୁଏ, ଅଲୌକିକ ଭାବେ ରହେ।
ଯୋଗମାୟା ଓ ମହାମାୟା, ବୈଷ୍ଣବୀମାୟାଙ୍କର କାୟା।
ଏଠାରୁ ବିସ୍ତାର କରନ୍ତି,ଜୀବକୁ ମୋହିତ କରନ୍ତି।।
୩- " େ"
ଏଥର ଦେଖ ଏକାର କୁ, ନଜର ଦିଅ ସେ ପୁଡା଼କୁ।
ଶୂନ୍ୟ ମଣ୍ଡଳ ପରି ଦିଶେ, ବ୍ରହ୍ମଜ୍ଞାନକୁ ପରିଭାଷେ।
ସେଠାରେ ଅର୍ଦ୍ଧମାତ୍ରା ଦିଶେ, ମହାବିଜ୍ଞାନ ତତ୍ତ୍ୱ ବର୍ଷେ।
୪- " ୁ"
ହ୍ରସଉକାର ଦୁଇଶୂନ , ବ୍ରହ୍ମା ବିଷ୍ଣୁ ଶିବଙ୍କ ମାନ।
ଅର୍ଦ୍ଧାଗାର ବା ଆଠଅଣା, ବାଇଶି ପାବଚ୍ଛରେ ଗଣା।
ସାଧକ ଚକ୍ର ଭେଦ କରି, ପାହାଚ ଅତିକ୍ରମ କରି ।
ଯଜ୍ଞ ପୁରୁଷେ ମିଳିଥାଏ, ଅନୁଭବ ରେ ଦେଖିଥାଏ।
୪- " ଃ"
ଅକ୍ଷର ମାତ୍ରାର ବିସର୍ଗ , ସାଧକ ମନରେ ସେ ସ୍ବର୍ଗ।
ବିଷ୍ଣୁ ମଣ୍ଡଳୀୟ ବିଜ୍ଞାନ, ସାତଲକ୍ଷ ତିନିଶତ ଜ୍ଞାନ।
ତହିଁରେ ବୟାଲିଶି ମିଶି, ରହିଛି କୈବଲ୍ୟର ରାଶି।
ଏହି ବିସର୍ଗ ମାତ୍ରା କେନ୍ଦ୍ର, ବ୍ରହ୍ମତତ୍ତ୍ବର ସର୍ବ କେନ୍ଦ୍ର ।
ଏଥିରୁ ଏକଶତ ଆଠ, ବ୍ରହ୍ମ ତତ୍ତ୍ଵର ସୂତ୍ରୀ ମାଠ।
ସାଧକ ଗତି ଏହିଯାଏ, ତହିଁରେ ଉର୍ଦ୍ଧ ଗତି ନାହିଁ।
କୈବଲ୍ୟେ କିଛି ଯୋଗ ହେଇ, ମାନସ ସନ୍ତାନେ ଦିଶଇ।
ସୂକ୍ଷ୍ମ ଆତ୍ମା ସପ୍ତଲୋକରେ, ଦେହ ନଥାଇ ସୂକ୍ଷ୍ମେ ତରେ।
ସେ ଆତ୍ମା ତତ୍ତ୍ଵେ ଯୋଗାଯୋଗ, ଦର୍ଶନ ପାଆନ୍ତି ସେଠାରେ।
ଅସଂଖ୍ୟ ବ୍ରହ୍ମାଣ୍ଡର ତତ୍ତ୍ଵ, ଜ୍ଞାନ ମାଳାରେ ସୃଷ୍ଟିର ତତ୍ତ୍ଵ।
ବଣ୍ଟନ ହୋଇଛି ସୃଷ୍ଟିରେ,ନ ପାଏ କେ ଏକ ଜନ୍ମରେ।
ଏହିପରି ବୁଝାନ୍ତି କିନ୍ତୁ ତା'ର ସଠିକ୍ ଉଚ୍ଚାରଣ କରନ୍ତି। ଯଦି ପଞ୍ଚାସଖା ଏ ଅଣାକାର ଅକ୍ଷର ସୃଷ୍ଟି କରିଛନ୍ତି, ତେବେ ଏହା ଉଚ୍ଚାରଣ ନିଶ୍ଚୟ ଥିବ।
ଅଚ୍ୟୁତାନନ୍ଦ ନିଜେ ତାଙ୍କ ଜୁମର ସଂହିତା ରେ ଲେଖିଛନ୍ତି -
" ଅଣାକ୍ଷର ମନ୍ତ୍ର ଜପନ୍ତି ତହିଁ,
ଅମର ହୁଅଇ ଯେ ପାରେ ଯାଇ,
ଅନାହତ ଧ୍ବନି
ଅଷ୍ଟ ପ୍ରହର ବାଜେ କିଣି କିଣି ଯେ "।
ଅଚ୍ୟୁତାନନ୍ଦ ଦାସଙ୍କ ଅଣାକାର ବ୍ରହ୍ମ ସଂହିତା ରେ ଲେଖି ଛନ୍ତି-
"ଶବଦ କାଟିଲେ ପ୍ରମାଦ ତୁଟିବ ପାଇବୁ ଅଲେଖ ପଦ ।।
କାୟା ମଧ୍ୟେ ଛାୟା ଅବାଡ଼ ଯେ ଡିକ ଅଟଇ ସାଧନା ମୂଳ ।
ଅଣାକ୍ଷର ମନ୍ତ୍ର ମନରେ ଭଜିଲେ ସକଳ ହୋଇବ ଠୂଳ।।
ଛାୟା ବ୍ରହ୍ମ ଦେଖ ହୋଇଅଛି ଉଦେ ହାନୀ ଲାଭ ବୁଝ ବାବୁ ।
କାୟାର ପରତେ ହୋଇଲେ ଯେ ତୁହି ନଥିବ ଜଞ୍ଜାଳ ସବୁ ।।
ଟଳିଗଲେ ବ୍ରହ୍ମ ଯେ ଲୁଚିବ ଶୁଣ ହେ ଭକ୍ତ ବ୍ରଜ କୁମର ।
ଏଣୁକରି ତତ୍ତ୍ୱ ଗୁରୁ ସେବା କରି ଛାୟା ମନ୍ତ୍ରକୁ ସୁମର ।।"
ଭୀମ ଭୋଇ କହିଛନ୍ତି-
"ଅଣାକ୍ଷର ଅଣ ମାତ୍ରା ଅଣ ନିଶବଦ ।
ଶବଦର ଭେଦ ନାହିଁ ବ୍ରହ୍ମ ନିଜ ପଦ ।।"
ଅରକ୍ଷିତ କହିଛନ୍ତି -
"ମୁଁ ବେଦ, ମୁଁ ପୁରାଣ, ମୁଁ ଗଙ୍ଗା, ମୁଁ ଗୋଦାବରୀ, ମୁଁ ଶୂନ୍ୟ, ମୁଁ ଅଗ୍ନି, ମୁଁ ବରୁଣ କୁବେର, ମୁଁ ସାତବାର ବାରମାସ,. ମୁଁ ଅଣାକ୍ଷର, ମୁଁ ୫୪ ଅକ୍ଷର, ମୁଁ ୧୪ ବ୍ରହ୍ମାଣ୍ଡ, ମୁଁ ଅକ୍ଷର ଅଣାକ୍ଷର ଓ ମୁଁ ମଧ୍ୟ ପିଣ୍ଡବ୍ରହ୍ମାଣ୍ଡ।"
ତେବେ ଅଣାକାର ବା ଅଣାକ୍ଷର ମନ୍ତ୍ର କ'ଣ?
ମହାପୁରୁଷ ଆଉମଧ୍ୟ କହିଛନ୍ତି ଯେ ଅ ରୁ କ୍ଷ ପର୍ଯ୍ୟନ୍ତ ସବୁ ଏକାକ୍ଷର,ଓ ଅକ୍ଷର ଏହି ଅଣାକ୍ଷର ଯନ୍ତ୍ର ରେ ଅଛନ୍ତି।
ଏହା ହେଉଛନ୍ତି ଅନାଦି/ଅଣାକ୍ଷର/ଶବ୍ଦବ୍ରହ୍ମ।ଆ' କାର ଅଗ୍ନି ତତ୍ତ୍ବ, ଉ' କାର ପୃଥିବୀ ତତ୍ତ୍ବ, ଏ' କାର ଜଳ ତତ୍ତ୍ବ, ଇ' କାର ବାୟୁ ତତ୍ତ୍ବ ଓ ୦' କାର ଆକାଶ ତତ୍ତ୍ବ। ପୃଥିବୀ ମହାଭୂତରେ ରସ ଗନ୍ଧ ରୂପ ଶବ୍ଦ ସ୍ପର୍ଶ ଆଦି ଏହି ୫ଟି ତନମାତ୍ରା ରହିଛି। ଜଳ ମହାଭୂତରେ ରସ ରୂପ ଶବ୍ଦ ସ୍ପର୍ଶ ଆଦି ୪ଟି ତନମାତ୍ରା ଥିବାବେଳେ ଗନ୍ଧ ତନମାତ୍ରା ନାହିଁ।ଅଗ୍ନି ମହାଭୂତରେ ରୂପ ଶବ୍ଦ ସ୍ପର୍ଶ ଆଦି ୩ଟି ତନମାତ୍ରା ରହିଥିବା ବେଳେ ରସ ଗନ୍ଧ ଦୁଇଟି ତନମାତ୍ରା ନାହିଁ। ବାୟୁ ମହାଭୂତରେ ଶବ୍ଦ ଓ ସ୍ପର୍ଶ ଆଦି ୨ଟି ତନମାତ୍ରା ଥିବାବେଳେ, ରସ ଗନ୍ଧ ଓ ରୂପ ଆଦି ତିନୋଟି ତନମାତ୍ରା ନାହିଁ। ଆକାଶ ମହାଭୂତରେ ୪ଟି ତନମାତ୍ରା ନଥିବାବେଳେ କେବଳ ମାତ୍ର ଗୋଟିଏ ତନମାତ୍ରା ଶବ୍ଦ ରହିଛି। ପଞ୍ଚ ମହାଭୂତରେ ଶବ୍ଦ ତନମାତ୍ରାଟି Common ଥିବାରୁ ଏହାଙ୍କୁ ଶବ୍ଦ ବ୍ରହ୍ମ କୁହାଯାଏ।
ରହସ୍ୟମୟ ପୋଥି ଅଣ୍ଟାଳି ଶେଷରେ ମୁଁ ବୁଝିଛି — ଯାହାର ରୂପ ବର୍ଣ୍ଣ ଚିହ୍ନ ନାହିଁ, ତାହାକୁ ଆଗମ ବେଦ କାହିଁ ବଖାଣି? ଅର୍ଥାତ୍ ଯାହାର ସ୍ୱରୂପ ନାହିଁ, ତାକୁ ଜ୍ଞାନରେ ବଖାଣିବା ସମ୍ଭବ ନୁହେଁ। ବେଦ ତାକୁ ନେତି-ନେତି କହିଛନ୍ତି, ଗୀତା ଅକ୍ଷରାଦପି ଚୋତ୍ତମ କହିଛନ୍ତି, ଶୂନ୍ୟବାଦୀ ସିଦ୍ଧମାନେ ତାକୁ ଅଣାକାର ଓ ଅଣାକ୍ଷର ବୋଲି କହିଛନ୍ତି। ଯାହା ଅଣାକ୍ଷର, ତାହାର ବର୍ଣ୍ଣ ଆସିବ କେଉଁଠୁ?
ତାକୁ କେବଳ ଅନୁଭବ କରାଯାଏ। ଯିଏ ତାକୁ ଅନୁଭବ କରେ, ସେ ଅନୁତ୍ତର ସ୍ୱାମୀ ପାଲଟିଯାଏ, ସ୍ଥିତପ୍ରଜ୍ଞ ପାଲଟିଯାଏ, ଜଡଭରତ ମହାଭାଗବତ ପାଲଟିଯାଏ।
ସେ ବୁଝାଇପାରେନାହିଁ; ଯଦି ବୁଝାଇଥାଏ, ତାହାର ସ୍ୱରୂପ ସିଦ୍ଧମାନେ କହିଛନ୍ତି -
ଆଲେ ଗୁରୁ ଶିଷ୍ୟ ବିଏସନ, କାଲେ ବୋବା ସଂବୋଧଇଯେସନ।
ଜଗନ୍ନାଥ ଓ ଅଣାକ୍ଷର
ଜଗନ୍ନାଥ ହେଉଛନ୍ତି ଦାରୁ ଦେବତା । ବୌଦ୍ଧ, ଜୈନ, ଶୈବ, ଶାକ୍ତ, ସୌର, ଗାଣପତ୍ୟ ସମସ୍ତ ଗୁଣ ତାଙ୍କର ପାଖରେ ନିହିତ । ସେ ହେଉଛନ୍ତି ଓଡିଶାର ଆରାଧ୍ୟ ଦେବତା। ସେ ତ୍ରିଗୁଣତୀତ, ଆକାର, ନିରାକାର ଓ ଅଣାକ୍ଷର। ସେ ଚରାଚର, ଗୋଚର ପୁଣି ଅଗୋଚର ତେଣୁ କୁହାଯାଇଛି -
ଅଣାକ୍ଷରେ ନାମ ମୋର ନାହିଁ ଖୋଜିଲେ ପାଇବୁ ତୁ କାହିଁ ।
ଏ ଯନ୍ତ୍ର କାହା ପାଖରେ ଅଛି କି?

0 Comments