ଜନଶ୍ରୁତିରେ ବଙ୍କା ପାଇକ - Banka Paika in Folklore

Banka Paika in Legends and Oral Traditions

Banka Paika in Legends and Oral Traditions

ବଙ୍କା ପାଇକଙ୍କ ଅନେକ ଜନଶ୍ରୁତି ଓ କିମ୍ବଦନ୍ତୀ ରହିଛି। ଏହି ଜନଶ୍ରୁତି ସମ୍ପର୍କରେ ଅନେକ ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ମିଳିଥାଏ। ଗୋଟିଏ ପଟରେ ବଙ୍କା ପାଇକ ଯୁଦ୍ଧଖୋର, ବୀର, ସାହସୀ ଥିଲାବେଳେ ଅନ୍ୟ ପଟରେ ତନ୍ତ୍ର ସମ୍ବନ୍ଧୀୟ ଜ୍ଞାନରେ ପଟୁତା ଥିବାର ଜଣାଯାଏ। ବଙ୍କା ପାଇକଙ୍କ ସମ୍ବନ୍ଧରେ କୁହାଯାଏ ଯେ, ଏମାନେ ଉଡ଼୍ଡୟନ ବିଦ୍ୟାରେ ପାରଙ୍ଗମ ଥିଲେ।

ଅଭ୍ର, ପାରଦ, ଧତୁରା ମଞ୍ଜି ଇତ୍ୟାଦି ରସାୟନ ଓ ଗୁଳ୍ମକୁ ଶୋଧନ କରାଯିବାପରେ ତନ୍ତ୍ର ପ୍ରୟୋଗ କରି ଏମାନେ ଏକ ତାବିଜ (ବିଦ୍, ଗୁଟିକା) ତିଆରି କରୁଥିଲେ। ଏହାକୁ ଖେଚରୀ ତାବିଜ (ଖେଚରୀ:=ଆକାଶ+ଚର) କୁହାଯାଉଥିଲେ। ଏହା ମାଧ୍ୟମରେ ବ୍ୟକ୍ତିବିଶେଷର ଆକାଶ ଗମନ ସହଜ ହେଇପାରୁଥିଲା।

ଶୈବ ଦର୍ଶନର ଗୋଟିଏ ଶାଖା ରସେଶ୍ୱର ଦର୍ଶନ ନାମକ ମାର୍ଗ ଅନୁସାରେ ମଧ୍ୟ ଏଭଳି ସମାନତା ଥିବା କେତେକ ରସାୟନ ନାମର ବର୍ଣ୍ଣନା ରସ-ରତ୍ନାକର (ନାଗାର୍ଜୁନ ଲିଖିତ ବୌଦ୍ଧ ସାହିତ୍ୟ), ରସ ହୃଦୟ ତନ୍ତ୍ର ପରି ପୁସ୍ତକରେ ରହିଛି।

ପୁରାତନ କାଳରୁ ଓଡିଶାର ପଶ୍ଚିମାଞ୍ଚଳ ବିଭିନ୍ନ ଶକ୍ତିପୀଠ ପାଇଁ ପ୍ରସିଦ୍ଧ ଅଟେ ଓ ବଜ୍ରଯାନ ବୌଦ୍ଧ ସାହିତ୍ୟ ଚର୍ଯ୍ୟା ଗୀତିକାର 84 ସିଦ୍ଧ ମଧ୍ୟରେ ଅନେକଙ୍କ ବାସସ୍ଥାନ ଏହି ଅଞ୍ଚଳରେ ଥିବାର ଜଣାଯାଏ।
ଆଜି ଅନେକ ପାଣ୍ଡୁଲିପି ନଷ୍ଟ ହେଇଯାଇଛି କିନ୍ତୁ କନାରୁ କର୍ପୁର ଉଡିଗଲା ଭଲି କେବଳ କନାଖଣ୍ଡ ପଡିରହିଛି। ଆଜି ମଧ୍ୟ ଏସବୁ ଲୋକଙ୍କ କିମ୍ବଦନ୍ତୀରେ ଲୁଚିଯାଇଛି।

ଟିପ୍ପଣୀ: ପାରଦ ଏକ ବିଷାକ୍ତ ଧାତୁ ମିନାମାଟା ନାମକ ରୋଗର କାରକ

ସୌଜନ୍ୟ: କିମ୍ବଦନ୍ତୀ

Post a Comment

0 Comments